Categories: ଫୁରସତ

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳୁଥିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାର ଭିଜୁଆଲ ଆର୍ଟସର ପ୍ରଫେସର ଓ୍ବାନ କେନ୍‌ ଏମିତି ଏକ ଗଛ ପ୍ରସ୍ତୁତ କରି ଏବେ ଆସିଛନ୍ତି ଚର୍ଚ୍ଚାକୁ। ଆଉ ଏହାର ନାଁ ରଖିଛନ୍ତି ‘ଟ୍ରି ଅଫ୍‌ ୪୦’। ଘଟଣା ହେଲା ତାଙ୍କର ଏକ ପୁରୁଣା ବଗିଚାରେ ପାଖାପାଖି ୨ଶହ ପ୍ରଜାତିର ଫଳ ଗଛ ଥିଲା। ହେଲେ ଅର୍ଥାଭାବରୁ ଏହାର ଦେଖାରଖା କରିବା ସମ୍ଭବ ହେଲା ନାହିଁ। ଏହା ଧୀରେ ଧୀରେ ଲୋପ ପାଇବାକୁ ଯିବା ସମୟରେ ଓ୍ବାନ୍‌ ଏକ ଅଭିନବ ଉପାୟ ଚିନ୍ତା କଲେ। ବିଭିନ୍ନ ଫଳ ଗଛକୁ କଲମି କରି ଏବେ ସେ ଗୋଟିଏ ଗଛରେ ପାଖାପାଖି ୪୦ ପ୍ରକାର ଫଳ ଫଳାଉଥିବା କୁହନ୍ତି। ବିଶେଷ କରି ବର୍ଷା ଦିନେ ଏହି କଲମି କରାଯାଇଥାଏ ବୋଲି ସେ ମତ ଦେଇଛନ୍ତି।

Share