ଗୋଟିଏ ଘଣ୍ଟାରେ ଚାରି ଲକ୍ଷ ଲାଇକ୍‌

ବମ୍ବେ: ଅଭିନେତ୍ରୀ ତଥା ଟାଇଗର ଶ୍ରଫ୍‌ଙ୍କ କଥିତ ପ୍ରେମିକା ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ। ଗୋଟିଏ ପରେ ଗୋଟିଏ ବୋଲ୍ଡ ଓ ସୁନ୍ଦର ଫଟୋ ଶେୟାର କରି ସେ ଦର୍ଶକଙ୍କୁ ବାନ୍ଧି ରଖିଥିବା କୁହାଯାଏ। ଏବେ ତାଙ୍କ ନୂଆବର୍ଷ ଛୁଟି କାଟିବା ସମୟର ଗୋଟିଏ ଫଟୋ ଚର୍ଚ୍ଚାରେ। ମାତ୍ର ଏକ ଘଣ୍ଟାରେ ଚାରି ଲକ୍ଷରୁ ଅଧିକ ଲୋକେ ଫଟୋଟିକୁ ଲାଇକ୍‌(ପସନ୍ଦ) କରିଥିବା ଦେଖାଯାଇଛି। ମନ୍‌ଷ୍ଟର(ରାକ୍ଷସ) ପୋଷାକରେ ବେଶ ସୁନ୍ଦର ଦିଶୁଥିବା ଅନେକେ କହୁଛନ୍ତି।

ଦିଶାଙ୍କ କାମ ବିଷୟରେ ଯଦି କଥା ହେବା ତେବେ ସେ ଶେଷ ଥରପାଇଁ ସଲମାନ୍‌ ଖାନ୍‌ଙ୍କ ‘ଭାରତ’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ୨୦୨୦ ପାଇଁ ତାଙ୍କ ହାତରେ ରହିଛି ଅନେକ ଫିଲ୍ମ। ବର୍ତ୍ତମାନ ସେ ଫିଲ୍ମ ‘ମଲଙ୍ଗ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ନାୟଜ ସାଜିବେ ଆଦିତ୍ୟ ରୟ କପୁର। ଏହାପରେ ସେ ‘କେଟିନା’, ‘ରାଧେ’ରେ ନଜର ଆସିବେ।

Share