Advertisement

ଗୋଟିଏ ଜାଗାରେ ବସିଲେ ହୋଇପାରେ ମଧୁମେହ!

ଦୀର୍ଘସମୟ ଧରି ଗୋଟିଏ ସ୍ଥାନରେ ବସିରହିଲେ ମଧୁମେହ ଆଶଙ୍କା ବଢ଼ିପାରେ। ଯଦି ପଢ଼ିବା, ଡ୍ରାଇଭିଂ, ଫୋନ୍‌ରେ କଥାର୍ବାର୍ତ୍ତା, କମ୍ପ୍ୟୁଟର୍‌ରେ କାମ କରିବାବେଳେ ସବୁବେଳେ ବସି ରହୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏବେ ଅନ୍‌ଲାଇନ୍‌ ଅର୍ଡର୍‌ ମାଧ୍ୟମରେ ସବୁକିଛି ଘର ଦୁଆରେ ପହଞ୍ଚିଯାଉଛି। ଏହାଦ୍ୱାରା କାମ କରିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। କେବଳ ଗୋଟିଏ ସ୍ଥାନରେ ବସି ରହି ନିଜ ଦିନ ବିତାଇବାରେ ଲାଗିପଡ଼ିଛନ୍ତି। ବିଶେଷକରି ବୟସ୍କ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ଆଚରଣ ମଧୁମେହର କାରଣ ସାଜିପାରେ। ଗବେଷଣା ଅନୁସାରେ, ବସି ରହି କାମ କରିବା ଅପେକ୍ଷା ଠିଆ ହୋଇ କିଛି କାମ କଲେ ମଧୁମେହ ଆଶଙ୍କା ହ୍ରାସ ପାଇଥାଏ। ଯେକୌଣସି କାମ କରିବା ମଧ୍ୟରେ କିଛି ସମୟ ଚଲାବୁଲା କଲେ କିମ୍ବା କିଛି ସମୟ ଠିଆ ହେଲେ ମଧୁମେହ ଆଶଙ୍କା ହ୍ରାସ ପାଇଥାଏ। କିନ୍ତୁ କର୍ମକ୍ଷେତ୍ରରେ ଦିନକୁ ଅତିକମ୍‌ରେ ୮-୯ ଘଣ୍ଟା କେବଳ ଗୋଟିଏ ଚେୟାର୍‌ରେ ବସି କାମ କରିବାକୁ ପଡ଼ିଥାଏ। ଏହା ବ୍ୟକ୍ତି ପାଇଁ ଅଧିକ ଘାତକ। କାମ ଭିତରେ କିଛି ସମୟ ହାଲ୍‌କା ହେବାକୁ ସମୟ ଦିଅନ୍ତୁ। ନଚେତ ଧୀରେ ଧୀରେ ମୋଟାପଣ ବୃଦ୍ଧି ପାଇବା ସହ ମଧୁମେହ ଗ୍ରାସ କରିପାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel