ଗୋଟିଏ ଟେବୁଲରେ ଏକାଠି ଖାଇଲେ ନବୀନ-ଶାହା-ମମତା-ଧମେନ୍ଦ୍ର: ଟୁଇଟ୍‌ କରି ଖୁସିବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅତିଥିମାନଙ୍କୁ ମଧ୍ୟାହ୍ନଭୋଜନରେ ଆପ୍ୟାୟିତ କରିଛନ୍ତି। ଗୋଟିଏ ଟେବୁଲରେ ନବୀନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବସି ଖାଇଛନ୍ତି। ଏହି ୫ ବରିଷ୍ଠ ନେତାଙ୍କୁ ଓଡ଼ିଆ ଖାଦ୍ୟ ପରଷା ଯାଇଛି। ଶୁଦ୍ଧ ଦେଶୀ, ନିରାମିଷ, ଆମିଷ ଭୋଜନ କରିଛନ୍ତି ସମସ୍ତ ନେତା। ଖାଇବା ପରେ ମୁଖ୍ୟମନ୍ତ୍ରୀ ଟୁଇଟ କରି ଖୁସି ବ୍ୟକ୍ତ କରିଛନ୍ତି। ଘରେ ରନ୍ଧା ହୋଇଥିବା ଓଡ଼ିଆ ସୁସ୍ବାଦୁ ଖାଦ୍ୟ ସହ ଅତିଥିମାନଙ୍କର ଉପସ୍ଥିତି ବହୁତ ଆନନ୍ଦ ଦେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share