ଗୋଟିଏ ଟ୍ରାଫିକ୍‌ରେ ଅଟକିଲା ସଲମାନ-ଅର୍ଜୁନଙ୍କ କାର୍‌, ତା’ ପରେ କ’ଣ ହେଲା ଜାଣନ୍ତୁ

ମୁମ୍ବାଇ: ସଲମାନ୍‌ ଖାଁ ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ତିକ୍ତତା ଦୀର୍ଘଦିନରୁ ଲାଗିରହିଛି। ଏପରିକି କେହି କାହାର ଛାଇ ଦେଖିପାରନ୍ତି ନାହିଁ। କିନ୍ତୁ ବୋନି କପୁରଙ୍କ ସହ ସଲମାନଙ୍କ ଭଲ ପଡ଼େ। ସଲମାନ୍‌ ଏବଂ ଅର୍ଜୁନ ବେଳେବେଳେ କେଉଁଠି ନା କେଉଁଠି ସାମ୍ନାସାମ୍ନି ହୋଇଯା’ନ୍ତି। ସେତେବେଳେ କେହି କାହାକୁ ନ ଦେଖିଲା ପରି ଅଭିନୟ କରି ନିଜ ବାଟରେ ଚାଲିଯାଇଥା’ନ୍ତି। ଏପରିସ୍ଥିତିରେ ଏବେ ଏକ ଘଟଣା ନଜରକୁ ଆସିଛି। ମୁମ୍ବାଇ ରାସ୍ତାରେ ଅର୍ଜୁନ ଏବଂ ସଲମାନଙ୍କ ଗାଡ଼ି ଗୋଟିଏ ଟ୍ରାଫିକ୍‌ରେ ଅଟକିଥିଲା। ଏହାପରେ ଏକ ମଜା ଘଟଣା ଦେଖିବାକୁ ମିଳିଥିଲା। ଦୁଇଜଣଙ୍କ ଡ୍ରାଇଭର ପରସ୍ପରକୁ ହାତ ହଲାଇ କଥା ହୋଇଥିଲେ। ମାତ୍ର ଏହି ଦୁଇଜଣ କେହି କାହାକୁ ନ ଦେଖିଲା ପରି ମୁହଁ ବୁଲାଇ ନେଇଥିଲେ। ଏହାର ଅସଲ କାରଣ ହେଲା ଅର୍ଜୁନ ମଲାଇକାଙ୍କ ସହ ଡେଟ୍‌ କରିବା। କାରଣ ସଲମାନଙ୍କ ଭାଇ ଅର୍‌ବାଜ ଖାଁଙ୍କ ସ୍ତ୍ରୀ ହେଉଛନ୍ତି ମଲାଇକା। ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଅର୍ଜୁନଙ୍କ ସହ ଡେଟ୍‌ କରୁଛନ୍ତି। ମଲାଇକାଙ୍କ ପୂର୍ବରୁ ଅର୍ଜୁନ ସଲମାନ୍‌ଙ୍କ ଭଉଣୀ ଅର୍ପିତାଙ୍କ ସହ ମଧ୍ୟ ଡେଟ୍‌ରେ ଥିଲେ। ଏହିସବୁ ଘଟଣା ଅର୍ଜୁନ ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ହୋଇଥିଲା। ସେ ଯାହା ବି ହୋଇଥାଉନା କାହିଁକି ଅର୍ଜୁନଙ୍କ ଯୋଗୁ ହିଁ ସଲମାନ୍‌ ରାଗି ଖପ୍ପା। ସେହିଦିନଠାରୁ କେହି କାହା ସହ କଥା ହେଉନାହାନ୍ତି।

Share