ଗୋଟିଏ ଦିନରେ ଆମେରିକାରେ ୧,୯୭୩ ଜଣଙ୍କ ମୃତ୍ୟୁ; ୩୩ ହଜାର ନୂଆ ସଂକ୍ରମିତ ଚିହ୍ନଟ

ଓ୍ବାଶିଂଟନ,୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧,୯୭୩ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ଏଠାରେ ୩୩ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ଯୋଗୁ ଆମେରିକାରେ ୧୪ ହଜାର ୭୮୭ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ଟପିଛି। ଲୋକେ ସାମାଜିକ ଦୂରତା ପ୍ରତି ଅଧିକ ସଚେତନ ହେଉ ନ ଥିବାରୁ ଏଭଳି ହେଉଥିବା କୁହାଯାଉଛି।

Share