Categories: ବାଣିଜ୍ୟ

ଗୋଟିଏ ଦିନରେ ଓ୍ବାରରୁମ ସ୍ଥାପନ କଲା ଆର୍‌ବିଆଇ

କରୋନା ପାଇଁ ଦେଶର ଫାଇନାନ୍ସିଆଲ ସିଷ୍ଟମରେ ଯେଭଳି କୌଣସି ଅସୁବିଧା ନ ଉପୁଯେ ତାକୁ ଧ୍ୟାନରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ତ୍ୱରୀତ ଭିତ୍ତିରେ ପଦକ୍ଷେପ ନେଇଛି। ରିଜର୍ଭ ବ୍ୟାଙ୍କ କରୋନା ସମସ୍ୟାକୁ ଧ୍ୟାନରେ ରଖି ଗୋଟିଏ ଦିନରେ ଓ୍ବାରରୁମ୍‌ ସ୍ଥାପନ କରିଛି। ଏଠାରେ ୯୦ ବିଶେଷଜ୍ଞ କାର୍ଯ୍ୟ କରୁଛନ୍ତି। ବିଜନେସ କଣ୍ଟିନଜେନ୍ସି ପ୍ଲାନ ମୁତାବକ ଏହାକୁ ସ୍ଥାପନ କରାଯାଇଛି ଯାହା ୨୪ ଘଣ୍ଟା କାମ କରିବ। ୯୦ କ୍ରିଟିକାଲ ଷ୍ଟାଫଙ୍କ ବାଦ ୬୦ ପ୍ରମୁଖ ପର୍ସୋନେଲ ଏହି ଟିମରେ ସାମିଲ ରହିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କେବଳ ୯୦ କର୍ମଚାରୀଙ୍କ ମଧ୍ୟରେ କେବଳ ଅଧା କର୍ମଚାରୀ ଧାର୍ଯ୍ୟ ସମୟରେ କାମ କରିପାରିବେ। ଅନ୍ୟ ମାନେ କାମ ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିବେ। ବିଶ୍ୱ ସ୍ତରରେ ଏଭଳି ଫାସିଲିଟି ଗଠନ କରିବା ଦିଗରେ ଆର୍‌ବିଆଇ ହେଉଛି ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏଭଳି ଫାସିଲିଟି ସ୍ଥାପନ ହୋଇ ନ ଥିଲା। ଏହି ଓ୍ବାରରୁମର କାର୍ଯ୍ୟ ହେଲା ଋଣ ପରିଚାଳନା, ରିଜର୍ଭ ପରିଚାଳନା ଏବଂ ମୁଦ୍ରାଗତ ପରିଚାଳନା। ବିପିସି ଅଧିନରେ ପରିଚାଳିତ ହେଉଥିବା ଅନ୍ୟ ଡାଟା ସେଣ୍ଟରଗୁଡିକ ମଧ୍ୟରେ ଷ୍ଟକଚର୍ଡ ଫାଇନାନ୍ସିଆଲ ମେସେଜିଂ ସିଷ୍ଟମ (ଏସ୍‌ଏଫ୍‌ଏମ୍‌ଏସ୍‌), ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌), ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ରହିଛି। ଏହାବାଦ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ନେଣଦେଣ ଲାଗି ଇ-କୁବର ଏହା ମଧ୍ୟରେ ମଧ୍ୟ ସାମିଲ ରହିଛି।

Share