ରତ୍ନଗିରି,୨ା୫(ଡି.ଏନ୍.ଏ.) : ଶନିବାର ସକାଳେ ଯାଜପୁର ଜିଲା ବରୀ ବ୍ଲକରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅପରାହ୍ନରେ ଆଉ ଜଣେ ଏହି ବ୍ଲକ ଅଧିନସ୍ଥ ବାଇଁଶିରିଆ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୬୨ ଏବଂ ସେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ବ୍ଲକରୁ ଲଗାତର ଗୋଟିଏ ଦିନରେ ୪ ରୋଗୀ ଚିହ୍ନଟ ହେବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପ୍ରଶାସନିକ ଅଧିକାରୀମାନେ ଚିହ୍ନଟ ହୋଇଥିବା ସ୍ଥାନରେ ଉପସ୍ଥିତ ରହି ଆଗାମୀ ଦିନରେ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।