ଗୋଟିଏ ଦିନରେ ରୁଷ୍‌ରେ ୧୦ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ

ମସ୍କୋ,୩।୫: ରୁଷ୍‌ରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ଏଠାରେ ୧୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମସ୍କୋରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢୁଥିବା ଦେଖିବାକୁ ମିଳିଛି। ଚାଇନା, ଇଟାଲି, ଆମେରିକା ତୁଳନାରେ ରୁଷ୍‌ରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଯଥେଷ୍ଟ କମ୍‌ ରହିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୧୨୮୦ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୩୪ ହଜାର ୬୮୭ ରହିଛି। ମସ୍କୋରେ ଇତିମଧ୍ୟରେ ୪୦ ହଜାର ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। କେତେକଙ୍କଠାରେ ଲକ୍ଷଣ ନ ଥିଲେ ମଧ୍ୟ ସେମାନଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସୁଥିବାରୁ ଚିକିତ୍ସକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି।

Share