ଭଞ୍ଜନଗର,୫।୮(ଡି.ଏନ.ଏ.)-ବର୍ଷାଦିନେ ଗାତ ଗୁଡିକରେ ପାଣି ଭର୍ତ୍ତି ହୋଇଯାଉ ଥିବାରୁ ସାପ ବାହାରି ଶୁଖିଲା ସ୍ଥାନକୁ ଚାଲିଆସି ଲୋକଙ୍କୁ କାମୁଡ଼ୁଛନ୍ତି। ଏପରିକି ଘର ଭିତରକୁ ମଧ୍ୟ ପଶି ଆସୁଛନ୍ତି। ଗତ ସପ୍ତାହକ ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ସାପ କାମୁଡାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ କନ୍ଧନୂଆପଲ୍ଲୀର ଜୟ ମାଝି ଓ ଅନ୍ୟ ଜଣେ ଭଞ୍ଜନଗର ବ୍ଲକ ଡୁମାକୁମ୍ପା ଗ୍ରାମର। ରବିବାର ଗୋଟିଏ ଦିନରେ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ୮ଜଣ ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ କେତେଜଣ ସୁସ୍ଥ ହୋଇ ସୋମବାର ଘରକୁ ଫେରିଛନ୍ତି। ସାପ କାମୁଡ଼ାରେ ଆହତଙ୍କ ସଂଖ୍ୟା ବଢ଼ୁଥିବାରୁ ଡାକ୍ତରଖାନାରେ ଆବଶ୍ୟକ ଔଷଧ, ଇଞ୍ଜେକ୍ସନ ମହଜୁଦ୍ ରଖିବା ଆବଶ୍ୟକ ହୋଇପଡିଛି। ଅନ୍ୟପକ୍ଷରେ ସାପ ଧରିବାକୁ ବନ ବିଭାଗ ପାଖକୁ ଏକାଧିକ ଫୋନ କଲ୍ ଆସୁଛି । କିନ୍ତୁ ଏଠାରେ ଥିବା କର୍ମଚାରୀ ଜଣଙ୍କ ପାଖରେ ଲାଇସେନ୍ସ ନ ଥିବା ଯୋଗୁ ସାପ ଧରିବାକୁ ସେ ଆଭଗର ହେଉନାହାନ୍ତି। ବିଭାଗ ପକ୍ଷରୁ ଅଞ୍ଚଳବାସୀଙ୍କ ସୁବିଧା ପାଇଁ କିଛିଦିନ ହେବ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି କହିଛନ୍ତି, ବର୍ଷା ଦିନେ ସାପ ଗାତରୁ ବାହାରିବା ଯୋଗୁ ସମସ୍ୟା ହେଉଛି । ଏହି ଦିନେ ସାପ ଅଣ୍ଡା ଦିଅନ୍ତି। ତେଣୁ ଲୋକେ ନିଜ ଘର ଚତୁପାର୍ଶ୍ୱ ସଫା ରଖିବା ଆବଶ୍ୟକ। ଚାଳ ଓ ଝାଟିମାଟି ଘର ହୋଇଥିଲେ ଅଧିକ ସତର୍କ ରହିବା ଦରକାର। ରାତିରେ ଅନ୍ଧାରରେ ନ ଯାଇ ପର୍ଯ୍ୟାପ୍ତ ଆଲୁଅରେ ଯିବାକୁ ହେବ। ଘର ଚତୁପାଶ୍ୱର୍ର୍ରେ କଳା ଫିନାଇଲ, ଦାନାଦାର ପକାଇଲେ ଗନ୍ଧରେ ସାପ ଘରେ ପଶିବେ ନାହିଁ। ଶୀତଦିନେ ସାପ ପ୍ରାୟ ଗାତକୁ ଚାଲିଯାଆନ୍ତି। କାହାକୁ ସାପ କାମୁଡ଼ିଲେ ତୁରନ୍ତ ଚିକିସତ୍ା ପାଇଁ ଡାକ୍ତରଖାନା ନେବା ଆବଶ୍ୟକ। ଝଡା ଼ଫୁଙ୍କା ଅନ୍ଧବିଶ୍ୱାସ ବୋଲି ଲୋକେ ସଚେତନ ହେବା ଦରକାର ବୋଲି ବାନାର୍ଜି କହିଥିଲେ ।
ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ
ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...
ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...
MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...
ଭଞ୍ଜନଗର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି...
ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ
ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...
ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...
ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ
କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...
ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ଯୁବକ
ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସୋମବାର ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...
Archives


