ନ୍ୟୁୟର୍କ,୯।୯: ୟୁଏନ୍ ଜେନରାଲ ଆସେମ୍ଲିର ଅଧିବେଶନ ସେପ୍ଟେମ୍ବର ୨୭ରେ ହେବ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନ୍ ଜେନରାଲ ଡିବେଟ୍ର ୭୪ତମ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ମଧ୍ୟ ଉପସ୍ଥିତ ରହିବେ ଓ ମୋଦିଙ୍କ ପରେ ପରେ ସେ ଉକ୍ତ ଅଧିବେଶନକୁ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ, ୨୦୧୪ରେ ମଧ୍ୟ ମୋଦି ୟୁଏନ୍ ଅଧିବେଶନକୁ ସମ୍ବୋଧିତ କରିଥିଲେ। ମୋଦିଙ୍କ ସେକେଣ୍ଡ ଇନିଙ୍ଗସରେ ସେ ଦ୍ୱିତୀୟ ଥର ଲାଗି ଏହି ସଭାକୁ ସମ୍ବୋଧିତ କରୁଛନ୍ତି।