ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ ଦିନକୁ ଦିନ ତୀବ୍ର ଗତିରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ମାମଲା ଏତେ ସଂଖ୍ୟାରେ ବୃଦ୍ଧି ପାଉଛି ଯେ, ଗୋଟିଏ ଦିନରେ ୧୪ନୂଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବୃଦ୍ଧି ପାଇ ୯୨ରେ ପହଞ୍ଚିଛି। ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇ ନ ଥିଲା। ହେଲେ ଏବେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦେଖି ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ଗତ ୪ ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୨୦୦କୁ ବୃଦ୍ଧି ପାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୧୯ ଟପିଥିବା ବେଳେ ସେଥିମଧ୍ୟରୁ ୫୮୯୭ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
Posted inକରୋନା ଭାଇରସ୍, ଜାତୀୟ