ଗୋଟିଏ ଦିନରେ ୩ ମୁଣ୍ଡ ନେଲା କରୋନା: ଭାରତରେ ମୃତ୍ୟୁ ସଂଖ୍ୟା ୭; ମୃତକଙ୍କ ମଧ୍ୟରେ ୬ଜଣଙ୍କୁ ଡାଇବେଟିସ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ରବିବାର ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ସୁରଟରେ ଜଣେ, ମୁମ୍ବାଇରେ ଜଣେ ଏବଂ ପାଟନାରେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୧୧ ଦିନ ମଧ୍ୟରେ କରୋନା ଯୋଗୁ ଇତିମଧ୍ୟରେ ୭ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୬ ଜଣଙ୍କୁ ଡାଇବେଟିସ୍‌ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୧ରେ କର୍ନାଟକରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ମାର୍ଚ୍ଚ ୧୩ରେ ଦିଲ୍ଲୀରେ ଦ୍ୱିତୀୟ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମାର୍ଚ୍ଚ ୧୭ରେ ମହାରାଷ୍ଟ୍ରରେ ତୃତୀୟ ମୃତ୍ୟୁ ଏବଂ ମାର୍ଚ୍ଚ ୧୯ରେ ପଞ୍ଜାବରେ ଚତୁର୍ଥ କେରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା।

Share