ଗୋଟିଏ ଦିନରେ ୮୬ ଦେଶରେ ୩୪୬୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଓ୍ବାଶିଂଟନ,୫।୫: ଗୋଟିଏ ଦିନରେ ପୃଥିବୀର ୮୬ ଦେଶରେ କରୋନା ସଂକ୍ରମଣ ଯୋଗୁ ୩୪୬୬ ଜଣଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ୧୩୬ ଦେଶରେ ୭୧ ହଜାର ୭୯୪ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ଥିବା ଦେଶ ତାଲିକାରେ ଆମେରିକା, ରୁଷ୍‌, ବ୍ରାଜିଲ୍‌, ବ୍ରିଟେନ୍‌, ଭାରତ ଏବଂ ଇକ୍ୱାଡ଼ର ନାମ ରହିଛି। ଭାରତ କରୋନା ସଂକ୍ରମଣ ତାଲିକାରେ ପୃଥିବୀରେ ୧୫ତମ ସ୍ଥାନରେ ରହିଛି। ୪୮ ଘଣ୍ଟା ମଧ୍ୟରେ ଭାରତରେ ୪୬୦୦ରୁ ଅଧିକ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୧ ହଜାର ୫୮୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରୁଷ୍‌ରେ ୧୦ ହଜାର ୫୮୧, ବ୍ରାଜିଲ୍‌ରେ ୪ ହଜାର ୭୫, ବ୍ରିଟେନ୍‌ରେ ୩ ହଜାର ୯୮୫ ଏବଂ ଇକ୍ୱାଡ଼ରରେ ୨ ହଜାର ୩୪୩ ନୂଆ କରୋନା ପଜିଟିଭ୍‌ ରିପୋର୍ଟ ଆସିଛି। ଏହି ସମୟ ମଧ୍ୟରେ ଚାଇନାରେ ୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ଓ୍ବାଲର୍‌ଡ କରୋନା ମିଟର ତଥ୍ୟରେ ଦର୍ଶାଯାଇଛି।

Share