Categories: ଜାତୀୟ

ଗୋଟିଏ ଦିନ ପରେ ପୂରଣ ହୋଇପାରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୧୦।୧୦: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ଫେବୃୟାରୀରେ ଏହି ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ଦିଲ୍ଲୀର କଂଗ୍ରେସ ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଶୁକ୍ରବାର ସୁଦ୍ଧା ଏହାକୁ ପୂରଣ କରାଯିବ ବୋଲି ଆଲୋଚନା ହେଉଛି। ଏଦିଗରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ସୋନିଆ ଗାନ୍ଧୀ ନେବେ ବୋଲି କୁହାଯାଉଛି। ତେବେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ରେସ୍‌ରେ କେତେଜଣ ବଡ ବଡ ଦାବିଦାର ଥିବା ବେଳେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତା’ ଉପରେ ସମସ୍ତଙ୍କ ନଜର। ଏହି ରେସ୍‌ରେ କୀର୍ତ୍ତି ଆଜାଦ  ସବୁଠୁ ଆଗରେ ଥିବା ବେଳେ ସନ୍ଦୀପ ଦୀକ୍ଷିତ ଓ ରାଜୀବ ଅଗ୍ରଓ୍ବାଲ ମଧ୍ୟ ଆଗରେ ଥିବା କୁହାଯାଉଛି।

Share