Categories: ଜାତୀୟ

ଗୋଟିଏ ଦିନ ପାଇଁ ବ୍ରିଟିଶ ଡେପୁଟି ହାଇକମିଶନର ହେଲେ ଭାରତର ସାମ୍ବାଦିକତା ଛାତ୍ରୀ

ବେଙ୍ଗାଲୁର,୧୨।୧୦: ବେଙ୍ଗାଲୁରର ଜଣେ ସାମ୍ବାଦିକତା ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ହେବାର ସୌଭାଗ୍ୟ ମିଳିଛି। ଅନ୍ତରାଷ୍ଟ୍ରୀୟ ବାଳିକ ଦିବସରେ ମିଳିଥିବା ଏହି ଦୁର୍ଲଭ ଅବସରରେ ୨୪ ବର୍ଷୀୟା ଛାତ୍ରୀ ଅମ୍ବିକା ବାନାର୍ଜି ବ୍ରିଟେନ ଓ ଭାରତ ମଧ୍ୟରେ ଥିବା ରାଜନୈତୀକ ସମ୍ପର୍କ ବିଷୟରେ ଜାଣିଥିଲେ। ଜାତିସଂଘ ଦ୍ୱାରା ଘୋଷିତ ଅନ୍ତରାଷ୍ଟ୍ରୀୟ ବାଳିକ ଦିବସ ଅବସରରେ ଅମ୍ବିକାଙ୍କୁ ଏହା ମିଳିଥିଲା। ଶୁକ୍ରବାର ଗୋଟିଏ ଦିନ ପାଇଁ ଜେରିମି ପିମ୍ଲୋର ବେଡଫୋର୍ଡଙ୍କଠାରୁ ଏହି ଦାୟିତ୍ୱ ନେଇଥିଲେ। ଏହା ଭାରତର ତୃତୀୟ ସର୍ବୋଚ୍ଚ ପଦ ବୋଲି କୁହାଯାଉଛି। ଏହାସହ ଅମ୍ବିକା ବେଙ୍ଗାଲୁରଠାରେ ଥିବା ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ ସରକାର ଓ ଉଦ୍ୟୋଗପତିଙ୍କ ମଧ୍ୟରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହାପରେ ଅମ୍ବିକା କହିଛନ୍ତି, ଏହା ତାଙ୍କ ଜୀବନର ଏକ ମହତ୍ୱପୁର୍ଣ୍ଣ ଅବସର ଥିଲା। ଗୋଟିଏ ଦିନ ପାଇଁ ସେ ବ୍ରିଟିଶ ଉପ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ ଅଧିକାରୀଙ୍କ ସହ ମିଶିବାର ଅବକାଶ ମିଳିଲା।

Share