Categories: ଜାତୀୟ

ଗୋଟିଏ ନାଁର ଦୁଇ ପଡ଼ୋଶୀ: ଜଣଙ୍କର ଚେକ୍‌ରେ ଅନ୍ୟଜଣେ ଉଠାଇଲେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ,୮।୬: ଦିଲ୍ଲୀ ଦ୍ୱାରିକା ଜିଲାରେ ଜଣେ ମହିଳା ଠକେଇର ଶୀକାର ହୋଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ପଡ଼ୋଶୀରେ ରହୁଥିବା ଜଣେ ମହିଳାଙ୍କ ଚେକ୍‌ରେ ଫେକ୍‌ ହସ୍ତାକ୍ଷର କରି ତାଙ୍କ ଆକାଉଣ୍ଟରୁ ୩.୬୨ଲକ୍ଷ ହଡ଼ପ କରିନେଇଥିବା ଅଭିଯୁକ୍ତ ମହିଳାଙ୍କ ଉପରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁଇ ମହିଳାଙ୍କ ନାଁ ଏକା ହେବାରୁ କୋରିୟର ବୟ ପୀଡ଼ିତାଙ୍କ ଚେକ୍‌ ବୁକ୍‌ ଓ ଏଟିଏମ୍‌ କାର୍ଡ ଅଭିଯୁକ୍ତ ମହିଳାଙ୍କୁ ଦେଇଥିଲେ ଏବଂ ସେ ମଧ୍ୟ ନିଜ ପାଖରେ ରଖି ପକାଇଥିଲେ। ପୀଡିତା ମହିଳା ଜଣଙ୍କ ଘର ମରାମତି ପାଇଁ ଟଙ୍କା କାଢ଼ିବାକୁ ବ୍ୟାଙ୍କକୁ ଯାଇଥିବା ବେଳେ ତାଙ୍କୁ ଠକେଇ କଥା ଜଣାପଡ଼ିଥିଲା। ଏନେଇ ମେ ୨୩ରେ ପୀଡ଼ିତା ମହିଳା ମୋହନ ଗାର୍ଡନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲେ। ପୀଡ଼ିତା ହିନ୍ଦୀ ହସ୍ତାକ୍ଷର କରୁଥିବା ଜାଣି ତାଙ୍କ ହସ୍ତାକ୍ଷରର ଅଭ୍ୟାସ କରି ଅଭିଯୁକ୍ତ ମହିଳା ଚେକ୍‌ ଦ୍ୱାରା ଟଙ୍କା ଉଠାଇଥିବା ନେଇ ଯାଞ୍ଚ ସମୟରେ ଜଣାପଡ଼ିଥିଲା। ଏହାପରେ ପୋଲିସ ମହିଳାଙ୍କୁ ଗିରଫ କରିଛି।

Share