ଗୋଟିଏ ପଥର ବଦଳାଇଦେଲା ଜୀବନ

ଫିଲିପାଇନ୍ସର ଜଣେ ମତ୍ସ୍ୟଜୀବୀଙ୍କ ଜୀବନ ରାତାରାତି ବଦଳିଯାଇଛି। ଗୋଟିଏ ଝଟ୍‌କାରେ ସେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ କୋଟିପତି କରିବାରେ ତାଙ୍କୁ ଏକ ପଥର ସାହାଯ୍ୟ କରିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ପ୍ରଥମେ ୩୪ କିଲୋର ଏହି ପଥରକୁ ସାଧାରଣ ଭାବୁଥିବା ମତ୍ସ୍ୟଜୀବୀ ପର ମୁହୂର୍ତ୍ତରେ ଜାଣିବାକୁ ପାଇଥିଲେ, ତାହା ଏକ ବିଶାଳ ମୋତି। ଯାହାର ମୂଲ୍ୟ ପ୍ରାୟ ୬୭୦ କୋଟି ଟଙ୍କା। ପ୍ରକୃତରେ ଫିଲିପାଇନ୍ସର ପଲାୱନ ଆଇଲାଣ୍ଡରେ ରହୁଥିବା ଏହି ମାଛଧରାଳି ୨୦୦୬ରେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ହଠାତ୍‌ ଝଡ଼ତୋଫାନ ଆସିବାରୁ ଜୀବନ ବଞ୍ଚାଇବାକୁ ପଥରଟିକୁ ଜାବୁଡ଼ି ଧରିଥିଲେ। ତୋଫାନ ଶାନ୍ତ ପଡ଼ିବା ପରେ ଜୀବନ ବଞ୍ଚାଇଥିବା ପଥରକୁ ଲକିଚାର୍ମ ଭାବି ଘରକୁ ନେଇଆସିଲେ। ତାକୁ ଖଟ ତଳେ ଆଜକୁ ୧୨ବର୍ଷ ହେବ ରଖିଥିଲେ। ଜଣେ ପର୍ଯ୍ୟଟକଙ୍କ ନଜର ପଥର ଉପରେ ପଡ଼ିଲା। ସେ ମତ୍ସ୍ୟଜୀବୀଙ୍କୁ ଏହା ଏକ ଅମୂଲ୍ୟ ମୋତି ବୋଲି ଜଣାଇଥିଲେ। ଏବେ ମତ୍ସ୍ୟଜୀବୀ ପଥରକୁ ବିକି କୋଟିପତି ହୋଇପାରିଛନ୍ତି।

Share