ଗୋଟିଏ ପରିବାରର ୧୩ ଜଣ କରୋନାରେ ପୀଡ଼ିତ

ମିରଠ,୩୦।୩: ଉତ୍ତରପ୍ରଦେଶର ମିରଠରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଠାରେ ଏବେ ଗୋଟିଏ ପରିବାରର ୧୩ ଜଣ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି। ଏମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। କାରଣ ଉକ୍ତ ପରିବାରର ୪୬ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ଅନ୍ୟମାନଙ୍କର ରିପୋର୍ଟ ଆସିବା ବାକି ରହିଛି। ତେବେ ଉକ୍ତ ପରିବାରର ୫ ଜଣ ପ୍ରଥମେ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା। ହେଲେ ଚେନ୍‌ ଅଫ୍‌ ଟ୍ରାସ୍ନମିଶନ ଯୋଗେ ସୋମବାର ଅନ୍ୟ ୮ଜଣ କରୋନା ପଜିଟିଭ ବାହରିଥିଲେ। ଅନ୍ୟମାନଙ୍କୁ କରୋନା ହୋଇଥାଇପାରେ ବୋଲି କୁହାଯାଉଛି। ଏବେ ଏମାନେ ସମସ୍ତେ ଚିକିତ୍ସାଧିନ ଥିବା ବେଳେ ସମସ୍ତେ ସୁସ୍ଥଥିବା କୁହାଯାଉଛି। ସୂଚନାଯୋଗ୍ୟ, ପ୍ରଥମେ ମହାରାଷ୍ଟ୍ରରୁ ଜଣେ ବ୍ୟକ୍ତି ଉକ୍ତ ପରିବାରକୁ ଅର୍ଥାତ୍‌ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ତାଙ୍କ ପତ୍ନୀ ଓ ଅନ୍ୟ ୩ ଜଣଙ୍କ ପାଖରେ କରୋନା ପଜିଟିଭ ମିଳିଥିଲା।

Share