ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ

ଜଇପୁର,୯।୬: ରାଜସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ସେଠାରେ ଗୋଟିଏ ପରିବାରର ୨୬ ଜଣ ସଦସ୍ୟ କରୋନାରେ ପୀଡ଼ିତ ହେବା ଘଯଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଜଇପୁରର ସିଏମ୍‌ଏଚ୍‌ଓ ଡାକ୍ତର ନରୋତ୍ତମ ଶର୍ମା କହିଛନ୍ତି, ୭ ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଆଇସୋଲେଶନରେ ରଖାଯିବା ସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଏବେ ସମସ୍ତ ୨୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଜୟପୁରରେ ପ୍ରଥମଥର ଗୋଟିଏ ପରିବାରର ୨୬ ସଦସ୍ୟ କରୋନାରେ ପୀଡ଼ିତ ହୋଇଥିବା ଖବର ଆସିଛି। ସୂଚନାଯୋଗ୍ୟ, ଜୟପୁରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଅତିକ୍ରମ କରି ସାରିଲାଣି।

Share