ଗୋଟିଏ ପରିବାରର ୬ ଶିଶୁ ଏବଂ ୩ ମହିଳାଙ୍କୁ ହତ୍ୟା କରି ଜଳାଇଲେ ଡ୍ରଗ୍ସ୍‌ ମାଫିଆ

ନ୍ୟୁ ମେକ୍ସିକୋ,୬।୧୧: ଉତ୍ତର ମେକ୍ସିକୋରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡ୍ରଗ୍ସ୍‌ ମାଫିଆମାନେ ଗୋଟିଏ ପରିବାରର ୬ ଶିଶୁ ଏବଂ ୩ ମହିଳାଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୮ ମାସର  ଯାଆଁଳା ଶିଶୁ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ଧୁକଧାରୀ ଡ୍ରଗ୍ସ୍‌ ମାଫିଆ ସେମାନଙ୍କୁ ହତ୍ୟା କରିବା ପରେ ଜଳାଇ ଦେଇଛନ୍ତି। ପରିବାର ସଦସ୍ୟ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ଏହା ଘଟିଛି। ସମସ୍ତଙ୍କୁ ଗୁଳି ମାରି ହତ୍ୟା କରିବା ପରେ ମାଫିଆମାନେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏନେଇ ଦୁଃଖ ପ୍ରକାଶ କରିବା ସହିତ ପୀଡ଼ିତ ପରିବାରଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି।

Share