Categories: ଖେଳ

ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା ବିରାଟ କୋହଲି କେତେ ପାଠ ପଢିଛନ୍ତି ଜାଣନ୍ତି

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ତେବେ ପଡିଆରେ ବୋଲରଙ୍କ ମୁଣ୍ଡବିନ୍ଧା ସାଜିଥିବା କୋହଲି କେଉଁ ଶ୍ରେଣୀ ଯାଏ ପାଠ ପଢିଛନ୍ତି ଜାଣିଛନ୍ତି କି? ସେ ମାତ୍ର +୨ ଯାଏ ପାଠ ପଢିଛନ୍ତି। ସେ ଯୁକ୍ତ ଦୁଇରେ ପଢୁଥିବାବେଳେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମ୍‌ରେ ସାମିଲ ହୋଇଥିଲେ। ଏହାପରେ ସେ ପାଠପଢା ଛାଡିଦେଇଥିଲେ। ଦିଲ୍ଲୀର ବିଶା ଭାରତୀ ପବ୍ଲିକ୍‌ ସ୍କୁଲରେ ପଢୁଥିବା ବିରାଟ ପାଠପଢାରେ ସେତେଟା ଭଲ ନ ଥିଲେ। ଗଣିତରେ ସେ ଦୁର୍ବଳ ଥିଲେ। ଏପରିକି ପରୀକ୍ଷାରେ ୧୦୦ରୁ ଶୂନ ରଖୁଥିଲେ। ଏଥିପାଇଁ ଶିକ୍ଷକଙ୍କଠାରୁ ମାଡ ମଧ୍ୟ ଖାଉଥିଲେ ବୋଲି କୋହଲି ଏକ ସାକ୍ଷାତକାରରେ କହିଥିଲେ।

Share