Categories: ଜାତୀୟ

ଗୋଟିଏ ପ୍ରୋଜେକ୍ଟକୁ ଉଦ୍‌ଘାଟନ କଲେ ୩ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୨୧।୬: ଗୋଦାବରୀ ନଦୀ ଉପରେ ବିଶ୍ୱର ସର୍ବବୃହତ୍ତ ଲିପ୍ଟ ଇରିଗେଶସ ପ୍ରୋଜେକ୍ଟର କାମ ସମ୍ପୂର୍ଣ୍ଣ ହୋଇଛି। ଶୁକ୍ରବାର ଏହି ପ୍ରୋଜେକ୍ଟର ଉଦ୍‌ଘାଟନ କରିଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ରାଜ୍ୟପାଳ ନରସିଂହମ ଗୁରୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ଉପସ୍ଥିତିରେ ଉକ୍ତ ଯୋଜନାର ଶୁଭାରମ୍ଭ କରାଯାଇଥିଲା। କଲେଶ୍ୱରମ ଲିପ୍ଟ ଇରିଗେଶନ ପ୍ରୋଜେକ୍ଟ ଭାବେ ଏହା ପରିଚିତ ହେବ। ତେଲେଙ୍ଗାନା ସରକାରଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି। ଏଥିରେ ୨୨ଟି ପମ୍ପ ହାଉସ୍‌ ସାମିଲ ହୋଇଛି। ଏହାଦ୍ୱାରା ଗୋଟିଏ ଦିନରେ ୩ ଟିଏମ୍‌ସି ପାଣି ଉଠାଇ ହେବାର ଯୋଜନା ରହିଛି। ଏହା ମହାରାଷ୍ଟ୍ରବାସୀଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ଏକ ବଡ ଉପହାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଫଡନବିଶ।

Share