Categories: ଖେଳ

ଗୋଟିଏ ଫଟୋରେ ୭୩୫ ନଟ୍‌ ଆଉଟ

ଆଡିଲେଡ୍‌,୪ା୧୨- ଚଳିତ ସପ୍ତାହକୁ ଜୀବନରେ କଦାପି ଭୁଲି ପାରିବେ ନାହିଁ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର। ବାମହାତୀ ବ୍ୟାଟ୍ସମ୍ୟାନ କ୍ୟାରିୟରର ପ୍ରଥମ ଥର ପାଇଁ ତ୍ରିଶତକ ହାସଲ କରିଥିଲେ। ପାକିସ୍ତାନ ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ଅପରାଜିତ ୩୩୫ ରନ୍‌ର ଇନିଂସ ଖେଳି ବହୁ ରେକର୍ଡ ଭଙ୍ଗ କରିଛନ୍ତି। ଏହି ଅବସରରେ ଓ୍ବାର୍ନର କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା(୪୦୦*)ଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଉଭୟଙ୍କ ଫଟୋ ଭାଇରାଲ ହୋଇଯାଇଛି। ଏହି ଫଟୋରେ ଜଣେ ପ୍ରଶଂସକ ୭୩୫ ନଟ୍‌ ଆଉଟ୍‌ ବୋଲି କମଣ୍ଟେ କରିଛନ୍ତି, ଯାହାକୁ ବହୁତ ପ୍ରଶଂସକ ଖୁବ ପସନ୍ଦ କରୁଛନ୍ତି।

Share