ଗୋଟିଏ ଫିଲ୍ମରେ ଡେବ୍ୟୁ: ହେଲେ କିଏ ହୋଇଛନ୍ତି ସଫଳ, କିଏ ଚାଖିଛନ୍ତି ବିଫଳତାର ସ୍ବାଦ

ବମ୍ବେ: ଗୋଟିଏ ଫିଲ୍ମରୁ କ୍ୟାରିଅର ଆରମ୍ଭ। ହେଲେ କିଏ ହୋଇଛନ୍ତି ସଫଳ ଆଉ କିଏ ଚାଖିଛନ୍ତି ବିଫଳତାର ସ୍ବାଦ। ବଲିଉଡରେ ସେଭଳି କିଛି କଳାକାରଙ୍କୁ ଯଦି ଦେଖାଯାଏ, ତେବେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌’ରୁ ଏକାସହ କ୍ୟାରିଅର ଆରମ୍ଭ କରିଥିବା ସିର୍ଦ୍ଧାର୍ଥଙ୍କୁ ପଛରେ ପକାଇ ଆଲିଆ ଏବଂ ବରୁଣ ଆଗକୁ ବଢ଼ିଚାଲିଛନ୍ତି। ୨୦୧୨ରେ ଫିଲ୍ମ ‘ଇସକ୍‌ଜାଦେ’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ପରିଣୀତି ଓ ଅର୍ଜୁନ ଏବେ ବି ଫ୍ଲପ୍‌ ତାରକା ଭାବେ ପରିଗଣିତ ହେଉଛନ୍ତି। ଅଭିଷେକ ବଚ୍ଚନ ଏବଂ କରିନୀ କପୁରଙ୍କ ମଧ୍ୟରୁ କରିନା ଏବେ ସଫଳତାର ଶୀର୍ଷରେ। ରଣବୀର ଏବଂ ସୋନମଙ୍କ ମଧ୍ୟରୁ ରଣବୀର ଏବେ ବଲିଉଡ୍‌ର ହିଟ୍‌ ନାୟକ ପାଲଟିସାରିଛନ୍ତି। ହେଲେ ସୋନମ ସେତେଟା କମାଲ କରିପାରିନାହାନ୍ତି। ‘କହୋ ନା ପ୍ୟାର ହୈ’ରୁ ଡେବ୍ୟୁ କରିଥିଲେ ହେଁ ହ୍ରିତିକ୍‌ଙ୍କ ଭଳି ଅମିଷା ସେତେଟା ସଫଳ ହୋଇପାରିନାହାନ୍ତି। ସେହିଭଳିୁ ଫିଲ୍ମ ‘ହିରୋପନ୍ତି’ରୁ ଡେବ୍ୟୁ କରିଥିବା ଟାଇଗର ଏବଂ କୃତି ସେନନ୍‌ ଉଭୟେ ହିଟ୍‌ ହୋଇଛନ୍ତି।

Share