Advertisement

ଗୋଟିଏ ଫ୍ରେମରେ ପଟୌଦି ଖାନଦାନ

ମୁମ୍ବାଇ,୨୯।୫: ସୋହା ଅଲ୍ଲୀ ଖାଁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଶର୍ମିଲା ଟେଗୋର, ସୈଫ ଅଲ୍ଲୀ ଖାଁ, କରୀନା, ତୈମୁର, ସାରା ଓ ଇବ୍ରାହିମ ନଜର ଆସିଛନ୍ତି। ସୋହା ଫଟୋ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ‘ଗୋଟିଏ ଗଛର ଶାଖା ଭଳି’। ପଟୌଦି ଖାନଦାନର ଏହି ଫ୍ୟାମିଲି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ସବୁବେଳେ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଉଥିବା ତୈମୁର କିନ୍ତୁ ଏହି ଫଟୋରେ ତାଙ୍କର ମୁଡ ନଥିବା ଜଣାପଡ଼ୁଛି। ନିକଟରେ ଶୋହା ଓ ଇବ୍ରାହିମ୍‌ଙ୍କୁ ସୈଫ-କରୀନାଙ୍କ ଘର ବାହାରେ ସ୍ପଟ କରାଯାଇଥିଲା। ସାରା ଓ ଇବ୍ରାହିମ୍‌ ମା’ ଅମୃତା ସିଂହଙ୍କ ସହ ରହୁଛନ୍ତି। କିନ୍ତୁ ଦୁଇଜଣଙ୍କର କରୀନା ଓ ସୈଫଙ୍କ ସହ ଭଲ ବଣ୍ଡିଂ ରହଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share