କାନ୍ବେରା,୨।୫: ଆସନ୍ତା ୨୦୨୦ ସୁଦ୍ଧା ଅଷ୍ଟ୍ରେଲିଆ ସରକାର ୨୦ ଲକ୍ଷ ଜଙ୍ଗଲୀ ବିଲେଇ ହତ୍ୟା କରିବେ। ଏନେଇ ଯୋଜନା ପ୍ରସ୍ତୁତ ହୋଇଛି। ବିଲେଇଙ୍କ ଯୋଗୁ ଅନେକ ପ୍ରାଣୀ, ପକ୍ଷୀ ତଥା ସରିସୃପ ପ୍ରଜାତି ଲୋପ ପାଇଥିବା କୁହାଯାଇଛି। ବିଲେଇଙ୍କ ସଂଖ୍ୟା ବଢ଼ିବା ଯୋଗୁ ସେମାନେ ଖାଇବା ପାଇଁ ବିଭିନ୍ନ ପ୍ରଜାତିର ପ୍ରାଣୀ, ପକ୍ଷୀ ତଥା ସରିସୃପ ଶୀକାର କରିଥିବା ସରକାର ସୂଚନା ଦେଇଛନ୍ତି। ଇତିମଧ୍ୟରେ ବିଲେଇ ୩୭୭ ନିୟୁତ ପକ୍ଷୀ ଏବଂ ୬୪୯ ନିୟୁତ ସରିସୃପ ଶୀକାର କରିଛନ୍ତି। ବିଲେଇଙ୍କୁ ମାରିବା ପାଇଁ କଙ୍ଗାରୁ ମାଂସ ତଥା ଚିକେନ୍ରେ ବିଷ ମିଶାଯାଇ ହେଲିକପ୍ଟରରୁ ଜଙ୍ଗଲରେ ପକାଯିବ। ଏହାକୁ ଖାଇବାର ୧୫ ମିନିଟ୍ ମଧ୍ୟରେ ବିଲେଇର ମୃତ୍ୟୁ ଘଟିବ ବୋଲି ସରକାର ସୂଚନା ଦେଇଛନ୍ତି।