Categories: ଜାତୀୟ

ଗୋଟିଏ ବର୍ଷରେ ୨୫ ରାଜନୈତିକ ଦଳଙ୍କ ପାଣ୍ଠି ସଂଗ୍ରହ ୧୧୫୫ କୋଟିରୁ ଅଧିକ: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୮।୧୨: ଦେଶର ୨୫ଟି ରାଜନୈତିକ ଦଳର ମୋଟ ପାଣ୍ଠି ସଂଗ୍ରହ ଗୋଟିଏ ବର୍ଷ ମଧ୍ୟରେ ୩୨୯ କୋଟିରୁ ବୃଦ୍ଧି ପାଇ ୧୧୫୫ କୋଟି ଟଙ୍କା ହୋଇଛି। ଏନେଇ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୮-୧୯ଆର୍ଥିକ ବର୍ଷରେ ଏଭଳି ହୋଇଥିବା କୁହାଯାଉଛି। ଏସବୁ ରାଜନୈତିକ ଦଳର ପାଣ୍ଠି ସଂଗ୍ରହରେ ୨୫୧ ପ୍ରତିଶତ ବୃଦ୍ଧି ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଭାଜପା, କଂଗ୍ରେସ, ଏମ୍‌ସିପି, ଆର୍‌ଜେଡି, ଶିବସେନା ଆଦି ୫ ରାଷ୍ଟ୍ରୀୟ ଦଳ ଏବଂ ୩୦ଟି ଆଞ୍ଚଳିକ ଦଳଙ୍କ ଅଡିଟ୍‌ ରିପୋର୍ଟ ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ନାହିଁ। ଅଡିଟ୍‌ ରିପୋର୍ଟ ଦାଖଲ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନ୍ତିମ ତାରିଖ ଚଳିତ ବର୍ଷ ଅକ୍ଟୋବର ୩୧ ସୂଚିତ କରାଯାଇଥିଲା। କେବଳ ୩ ରାଷ୍ଟ୍ରୀୟ ଦଳ ଏବଂ ୨୨ଟି ଆଞ୍ଚଳିକ ଦଳ ସେମାନଙ୍କ ଅଡିଟ୍‌ ରିପୋର୍ଟ ନିଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦାଖଲ କରିଥିବା ଏଡିଆର୍‌ ରିପୋର୍ଟରେ ପ୍ରକାଶ ପାଇଛି।

Share