ଗୋଟିଏ ବାଇକ୍‌କୁ ଲିଟରେ ପେଟ୍ରୋଲ

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକ ଲାଗି ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୋଟିଏ ବାଇକ୍‌କୁ ସର୍ବାଧିକ ଏକ ଲିଟର ପେଟ୍ରୋଲ ଦେବା ସକାଶେ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ସାରା ଜିଲାରେ ଲକ୍‌ ଡାଉନ୍‌ ଥିବା କାରଣରୁ ସହରରେ ବାଇକ୍‌ ଚଳାଚଳ ନିୟନ୍ତ୍ରଣ ଉପରେ ରୋକ ଲଗାଯିବା ସକାଶେ ଏଭଳିି ପଦକ୍ଷେପ ନିଆଯାଇଛି।