ଗୋଟିଏ ବିଲେଇଠାରୁ ହାରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

ଲଣ୍ଡନ, ୬।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତିନିଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ଟମ୍ଫଙ୍କ ଗସ୍ତକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଏୟାରପୋର୍ଟରୁ ପାଛୋଟି ନିଆଯାଇଥିଲା। ଲଣ୍ଡନରେ ଟ୍ରମ୍ଫ ଏବଂ ଏକ ବିଲେଇ ମଧ୍ୟରେ ହୋଇଥିବା ଲୁଚକାଳି ଖେଳ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଖେଳରେ ବିଲେଇଠାରୁ ହାରିଯାଇଛନ୍ତି ରାଷ୍ଟପତି। ଲ୍ୟାରି ନାମକ ଏହି ବିଲେଇଟି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିବାସରେ ରହେ। ଡୋନାଲ୍ଡ ଟମ୍ଫ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜ ଗାଡି ‘ଦ ବିଷ୍ଟ’ରେ ବସି ବାହାରିଲାବେଳେକୁ ଲ୍ୟାରି ଟ୍ରମ୍ଫଙ୍କ ଗାଡି ତଳେ ବସି ରହିଥିଲା। ଟ୍ରମ୍ଫ ଲ୍ୟାରିକୁ ଗାଡି ତଳୁ ବାହାର କରିବାକୁ ଯଥାସମ୍ଭବ ଚେଷ୍ଟ କରିଥିଲେ ମଧ୍ୟ ଲ୍ୟାରି ଆଦୌ ଗାଡି ତଳୁ ବାହାରି ନ ଥିଲା। ଲ୍ୟାରିକୁ ଟ୍ରମ୍ଫ ଯେତେ ଡାକି ଥିଲେ ମଧ୍ୟ ମଧ୍ୟ ସେ ନ ଶୁଣି ଗାଡି ଅବରୋଧ କରିଥିଲା। ଏମିତି ୧୫-୨୦ ମିନିଟ ଧରି ଟମ୍ଫ ଏବଂ ଲ୍ୟାରି ମଧ୍ୟରେ ଲୁଚକାଳି ଖେଳ ଚାଲିଥିଲା। ଶେଷରେ ଟମ୍ଫ୍‌ ହାରିଯାଇ ସୁରକ୍ଷାକର୍ମୀଙ୍କୁ ଡାକି ଲ୍ୟାରିକୁ ଅଟକାଇବା ପାଇଁ କହିଥିଲେ।

Share