Categories: ଖେଳ

ଗୋଟିଏ ବି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ନ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କୁ ବିଶ୍ୱକପ୍‌ ଦଳରେ କାହିଁକି ମିଳିଲା ସ୍ଥାନ, ଜାଣନ୍ତୁ

ବର୍ମିଂହମ୍‌, ୨।୭: ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପର ବାକି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ କର୍ନାଟକ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ଯୋଗ ଦେବା ପାଇଁ ଡାକରା ମିଳିଛି। ବିଶ୍ୱକପରେ ଦଳରେ ମୟଙ୍କଙ୍କୁ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ମୟଙ୍କ ଗତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ମଧ୍ୟ ଦିନିକିଆରେ ଖେଳିବାର ସୁଯୋଗ ପାଇନାହାନ୍ତି। ଅମ୍ବତି ରାଇଡୁ ଏବଂ ଅଜିଙ୍କେ ରାହାଣେଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଥିଲେ ସୁଦ୍ଧା ମୟଙ୍କୁ ଦଳରେ କାହିଁକି ନିଆଗଲା ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। କୁହାଯାଉଛି ଭାରତୀୟ ଏ ଦଳର କୋଚ୍‌ ଥିବା ରାହୁଲ ଦ୍ରାଭିଡ ମୟଙ୍କଙ୍କ ନାଁ ସୁପାରିଶ କରିଛନ୍ତି। ନିକଟରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ତ୍ରି-ରାଷ୍ଟୀୟ ସିରିଜରେ ଭାରତ-ଏକୁ ଚାମ୍ପିଅନ୍‌ କରାଇବାରେ ମୟଙ୍କଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ୪ଟି ମ୍ୟାଚ୍‌ରେ ୭୧.୭୫ ହାରରେ ୨୮୭ରନ୍‌ କରିଥିଲେ।

Share