Categories: ଫୁରସତ

ଗୋଟିଏ ମଣ୍ଡପରେ ସ୍ତ୍ରୀ, ଶାଳୀଙ୍କୁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ଭୋପାଳ,୯।୧୨: ମଧ୍ୟ ପ୍ରଦେଶରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଭିଣ୍ଡ୍‌ ଜିଲାର ଜଣେ ଏକ ବିବାହ ମଣ୍ଡପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଭଉଣୀ ଅର୍ଥାତ୍‌ ଶାଳୀଙ୍କୁ ବିବାହ କରିଛନ୍ତି। ଏହାସହ ସେ ଉକ୍ତ ମଣ୍ଡପରେ ନିଜ ସ୍ତ୍ରୀଙ୍କୁ ପୁଣି ଥରେ ବିବାହ କରିଛନ୍ତି। ମେହଗାଓଁ ଜନପଦର ଗୁଦାବଲୀ ଗାଁରେ ଏଭଳି ଘଟଣା ଘଟିଛି। ମହିଳା ସରପଞ୍ଚ ବିନିତା ଏବଂ ଦିଲୀପଙ୍କ ବିବାହ ୯ ବର୍ଷ ପୂର୍ବେ ହୋଇଥିଲା। ଉଭୟଙ୍କ ତିନିଟି ସନ୍ତାନ ମଧ୍ୟ ଅଛନ୍ତି। ଦିଲ୍ଲୀପଙ୍କ କହିବା ମୁତାବକ, ବିନିତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହୁନି। ପିଲାମାନେ ଛୋଟ ଛୋଟ ହୋଇଥିବାରୁ ପ୍ରଥମ ସ୍ତ୍ରୀ ବିନିତାଙ୍କଠାରୁ ସ୍ବୀକୃତି ପାଇବା ପରେ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ସେ କହିଛନ୍ତି। ବିବାହ ମଣ୍ଡପରେ ଶାଳୀଙ୍କ ବେକରେ ବରଣମାଳା ଉଭୟ ବିନିତା ଏବଂ ଦିଲୀପ ପକାଇଥିଲେ। ଏପରିକି ବିନିତା ମଧ୍ୟ ବଧୂ ବେଶରେ ସଜେଇ ହୋଇଥିଲେ। ଦିଲ୍ଲୀପଙ୍କ ଗୋଟିଏ ପଟରେ ସ୍ତ୍ରୀ ଆର ପାର୍ଶ୍ୱରେ ଶାଳୀ ବସିଥିଲେ।

Share