ରିଓ,୨୨।୧୦:ସମୁଦ୍ରରୁ ଏକ ମାଛ ଧରି ମାଲାମାଲ ହୋଇଯାଇଛନ୍ତି ଜଣେ ମତ୍ସ୍ୟଜୀବୀ। ବ୍ରାଜିଲର ଆମାଜନ ଷ୍ଟେଟ୍ସ୍ଥିତ ଆମନା ସସ୍ଷ୍ଟେନେବଲ୍ ଡେଭଲୋପମେଣ୍ଟ ରିଜର୍ଭରୁ ମାଛଟିକୁ ଧରାଯାଇଛି। ଏହି ମାଛଟିର ନାଁ ପିରାରୁକୁ। ଏହାର ମାଂସ ଦେଖିବାକୁ ଧଳା ଏବଂ ନରମ। ଖାଇବାକୁ ମଧ୍ୟ ସ୍ବାଦିଷ୍ଟ ଲାଗିଥାଏ। ଏହାର ଲମ୍ବ ୩ ମିଟର ଏବଂ ଓଜନ ୩୦୦ ଶହ କିଲୋ ପର୍ଯ୍ୟନ୍ତ ହୋଇଥାଏ। ଏହି ମାଛ ମୁଖ୍ୟତଃ ଆମାଜନ ଅଞ୍ଚଳରେ ହିଁ ମିଳିଥାଏ। ଏହି ମାଛ ଏବେ ବିଲୁପ୍ତ ପ୍ରାୟ। ତେଣୁ ମାଛଟିର ସଂରକ୍ଷଣ ପାଇଁ ୨୦ ବର୍ଷ ହେବ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରୟାସ କରାଯାଉଛି। ମାଛଟିକୁ ଧରିଥିବା ମତ୍ସ୍ୟଜୀବିଙ୍କୁ ପୁ୍ରସ୍କାର ଦିଆଯିବ ଘୋଷଣା କରାଯାଇଛି।