Categories: ଜାତୀୟ

ଗୋଟିଏ ମାସରେ ତୃତୀୟ ଥର ପାଇଁ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ସଂକ୍ରମଣ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦିଲ୍ଲୀରେ ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ଅପରାହ୍ନ ୧ଟା ୫୫ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହା ତୀବ୍ରତା ୩.୫ ଥିଲା ବୋଲି ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଗାଜିଆବାଦରେ ଥିଲା ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ପୂର୍ବାହ୍ନ ୧୧ଟାଠାରୁ ଦିଲ୍ଲୀରେ ପ୍ରବଳ ବର୍ଷା ମଧ୍ୟ ଲାଗି ରହିଥିଲା। ବର୍ଷା ସହିତ ଘଣ୍ଟାକୁ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବହୁଥିଲା। ବର୍ଷା କମିବା ପରେପରେ ଭୂକମ୍ପ ହୋଇଥିଲା। ଏହା ପୂର୍ବରୁ ଏପ୍ରିଲ୍‌ ୧୨ ଏବଂ ୧୩ରେ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଥିଲାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୩.୫ ଏବଂ ୨.୭ ଥିଲା।

Share