ଚାଇନାର ସିଚୁଆନ୍ରେ ଦେଖାଯାଉଥିବା ଏକ ମଶାର ନାଁ ହେଉଛି ହୋଲୋରୁସିଆ ମିକାଡୋ। ଦୁନିଆରେ ଦେଖାଯାଉଥିବା ୩୫୦୦ ପ୍ରଜାତିର ମଶାଙ୍କ ମଧ୍ୟରୁ ଏହା ଗୋଟିଏ। ଦେଖିବାକୁ ଏହାର ଆକାର ଖୁବ୍ ବଡ଼। ମଶା ଯେତେବେଳେ ନିଜ ଡେଣା ଖୋଲେ ତା’ର ଆକାର ୧୧ ସେମି ହୋଇଯାଏ। ଆଜି ଯାଏ ଶୁଣିଥିଲେ ମଶା କାମୁଡ଼ିଲେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା ଚିକୁନ୍ଗୁନିଆ ଭଳି ରୋଗ ହୋଇଥାଏ। ଏସମସ୍ତ ରୋଗର ଚିକିତ୍ସା ସୁବିଧା ମଧ୍ୟ ଉପଲବ୍ଧ ରହିଛି। କିନ୍ତୁ ହୋଲୋରୁସିଆ ମିକାଡୋ ମଶା କାମୁଡ଼ିବାର ମାତ୍ର କେଇ ମିନିଟ୍ ଭିତରେ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ। ଏହି ମଶା ଶରୀରରେ ପ୍ରବଳ ବିଷ ଭରି ରହିଛି। ଯେବେ ବି ଏହା ସଂସ୍ପର୍ଶରେ କୌଣସି ମଣିଷ ଆସିଥାଏ, ସେ ତୁରନ୍ତ ଆକ୍ରମଣ କରିଥାଏ। ଆକ୍ରମଣର ମାତ୍ର ୨୦ ସେକେଣ୍ଡ୍ରେ ବ୍ୟକ୍ତିର ପ୍ରାଣହାନି ଘଟିଥାଏ।