ଗୋଟିଏ ରାତିରେ ୩ଟି ଘରୁ ଲୁଟ୍‌

ପାଲଲହଡା,୩।୯(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ସଦର ମହାକୁମାସ୍ଥିତ ଉଦୟପୁର ଗ୍ରାମର ଦୁର୍ଯ୍ୟୋଧନ ଗଡନାୟକ, ଚିନ୍ମୟ କୁମାର ସାହୁ ଏବଂ ଗୁରୁଚରଣ ବେହେରାଙ୍କ ଘରୁ ସୋମବାର ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଗ୍ରୀଲ ତାଡି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ଦୁର୍ଯ୍ୟୋଧନ, ଚିନ୍ମୟ, ଏବଂ ଗୁରୁଚରଣଙ୍କ ଘରେ ଦୁର୍ବୃତ୍ତମାନେ ପଶି ଝରକା ଗ୍ରୀଲ ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା, ରୂପା କଏନ ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ। ସକାଳୁ ଉଭୟ ପରିବାର ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ତେବେ ଗୁରୁଚରଣଙ୍କ ଘରୁ କିଛି ନ ପାଇ ଦୁର୍ବୃତ୍ତମାନେ ଫେରିଯାଇଥିବା ଗୁରୁଚରଣ ଜାଣିବାକୁ ପାଇବା ପରେ ଘଟଣା ସମ୍ପର୍କରେ ପାଲଲହଡା ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେସ ନଂ. ୧୦୪/୧୯ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।