Advertisement

ଗୋଟିଏ ରାତିରେ ୪ ଗାଡ଼ି କାଚ ଭାଙ୍ଗିଲେ ଦୁର୍ବୃତ୍ତ

କଟକ ରୋଡ,୧୩ା୨(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ୪ଟି ଗାଡ଼ିର କାଚ ଭାଙ୍ଗିଦେଇଥିବା ଜଣାପଡିଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବୁଦ୍ଧେଶ୍ୱରୀ କଲୋନୀ କମ୍ୟୁନିଟି ସେଣ୍ଟର ନିକଟରେ ରହୁଥିବା ରବୀନ୍ଦ୍ର ମୋହନ ଜେନାଙ୍କ ଗାଡି(ନଂ. ଓଆର ୦୨ ବିଡି ୪୪୩୧)ର ସମ୍ମୁଖ କାଚ ଭଙ୍ଗାଯାଇଥିବା ବେଳେ ମୋଟର ପାର୍ଟସ ବ୍ୟବସାୟୀ ମନୋଜ ସୁବୁଦ୍ଧିଙ୍କ ଗାଡ଼ି (ନଂ. ଓଆର ୦୨ ବିଡବ୍ଲୁ ୯୧୯୫) ଏବଂ ଜଣେ ହେଟେଲ ମାଲିକଙ୍କ ସହ ରିତେଶ ଜାଲିଙ୍କ କାରର ପଛ କାଚ କେହି ଦୁର୍ବୃତ୍ତ ପଥର ମାଡ଼ କରି ଭାଙ୍ଗି ଦେଇଥିବା ଜଣାପଡିଛି। ଗାଡିଗୁଡ଼ିକ ଭଙ୍ଗାରୁଜା ପଛରେ ଲୁଟ୍‌ପାଟ ଉଦ୍ଦେଶ୍ୟ କିମ୍ବା ନିଶାସକ୍ତ ଅବସ୍ଥାରେ କେହି ଦୁର୍ବୃତ୍ତ ଏଭଳି କରିଛନ୍ତି ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ବାରମ୍ବାର ଏହି ଅଞ୍ଚଳରେ ଚୋରି ବଢୁଥିବା ବେଳେ ପୁଣି ଏଭଳି ଘଟଣା ପରେ ପାଟ୍ରୋଲିଂ ପାଇଁ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share