ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଭଣ୍ଡାରିପୋଖରୀ,୮।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ିଚାଲିଛି। କିଛିଦିନ ତଳେ ଭଣ୍ଡାରିପୋଖରୀ ବଜାରର ବିଭିନ୍ନ ଦୋକାନରୁ ଚୋରି ହୋଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ମଞ୍ଜୁରୀ ପଞ୍ଚାୟତର ଗୋଟିଏ ଦିନରେ ୪ଟି ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମା’ ରକ୍ଷାକାଳୀ, ଥାନେଶ୍ୱରୀ ଶିବ ମନ୍ଦିର, ଅପୂଜା ମହାଦେବ, ହନୁମାନ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ଆସବାବପତ୍ର ଚୋରି କରି ନେଇଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରିରଖିଛି।