Categories: ବାଣିଜ୍ୟ

‘ଗୋଟିଏ ରାଷ୍ଟ୍ର, ଏକ ରାସନ କାର୍ଡ’ ଯୋଜନା ;୪ ରାଜ୍ୟରେ ଆରମ୍ଭ ହେଲା ପାଇଲଟ ପ୍ରକଳ୍ପ

ନୂଆଦିଲ୍ଲୀ,୧୦-୮: କେନ୍ଦ୍ର ସରକାର ‘ ଗୋଟିଏ ରାଷ୍ଟ୍ର, ଏକ ରାସନ କାର୍ଡ’ ଯୋଜନାର ପାଇଲଟ ପ୍ରକଳ୍ପ ଶୁକ୍ରବାର ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ ମାହାରାଷ୍ଟ୍ର ମଧ୍ୟରେ ଏହି କାର୍ଡ ପୋର୍ଟେବିଲିଟି ସୁବିଧାକୁ କେନ୍ଦ୍ର ଖାଦ୍ୟ ଓ ସାର୍ବଜନୀନ ବିତରଣ ମନ୍ତ୍ରୀ ରାମବିଳାସ ପାଶଓ୍ବାନ ଅନ୍‌ଲାଇନରେ ଶୁଭାରମ୍ଭ କରିଛନ୍ତି। ପାଇଲଟ ପ୍ରକଳ୍ପ ସଫଳ ହେବା ପରେ ଏହାକୁ ୨୦୨୦ ଜୁନ୍‌ ପହିଲାରୁ ସାରା ଦେଶରେ ଲାଗୁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଣିକି ଉକ୍ତ ୪ ରାଜ୍ୟର ହିତାଧିକାରୀ ଆଧାର ସଂଯୋଗ ହୋଇଥିବା କାର୍ଡ ଜରିଆରେ ଅନ୍ୟ ରାଜ୍ୟରେ ଥାଇ ପିଡିଏସ୍‌ ସାମଗ୍ରୀ କଣ୍ଟ୍ରୋଲ ଦୋକାନରୁ ନେଇପାରିବେ। ଏହି ଯୋଜନାର ଶୁଭାରମ୍ଭ କରି ପାଶଓ୍ବାନ କହିଛନ୍ତି ଯେ, ଦେଶରେ ଏଭଳି ନିଷ୍ପତ୍ତି ଐତିହାସିକ। ଏଭଳି ବ୍ୟବସ୍ଥା ଦ୍ୱାରା ଦୁର୍ନୀତିକୁ ଲଗାମ ଲଗାଯାଇପାରିବ।

Share