Categories: ଜାତୀୟ

ଗୋଟିଏ ଲଟେରୀ ଟିକେଟ ଚମକାଇଲା ୬ଜଣଙ୍କ ଭାଗ୍ୟ

ଥିରୁଭାନନ୍ତପୁରମ୍‌,୨୦।୯: ଏକ ବମ୍ପର ଲଟେରୀ ୬ଜଣଙ୍କ ଭାଗ୍ୟ ବଦଳାଇଛି। ପୁରସ୍କାରରେ ଜିତିଛନ୍ତି ଏମାନେ ୧୨ କୋଟି ଟଙ୍କା। ଏହି ଘଟଣା ଦେଖିବାକୁ ମିଳିଛି କେରଳର କୋରୁଙ୍ଗାପାଲୀରେ। ଗୁରୁବାର ଓନାମ୍‌ ବମ୍ପର ଲଟେରୀର ଘୋଷଣା କରାଯାଇଥିଲା। ଲଟେରୀର ପ୍ରଥମ ପୁରସ୍କାର ରାଶିରେ କୋଲ୍ଲମର ୬ ସୁନା ଦୋକାନୀ ୧୨ କୋଟି ଟଙ୍କା ଜିଣିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୨୧ରେ ଏହି ଲଟେରୀର ବିକ୍ରି ହୋଇଥିଲା। ୪୬ଲକ୍ଷ ଲଟେରୀରୁ ମଧ୍ୟରୁ ୪୩ଲକ୍ଷ ବିକ୍ରି କରାଯାଇଥିବା ବେଳେ ୬ଜଣ ସୁନା ଦୋକନୀ ମିଶି ଗୋଟିଏ ଟିକେଟକୁ ୩ଶହ ଟଙ୍କାରେ କିଣିଥିଲେ। ତେବେ ଜିତିଥିବା ପୁରସ୍କାର ରାଶିକୁ ସେମାନେ ୩୦ଦିନ ଭିତରେ କ୍ଲେମ କରିପାରିବେ ବୋଲି ଲଟେରୀ ବିଭାଗ କହିଛି। ଅନ୍ୟପଟେ ବିଜେତାଙ୍କୁ ସମ୍ପୁର୍ଣ୍ଣ ୧୨ କୋଟି ଟଙ୍କା ମିଳିପାରିବ ନାହିଁ। କାରଣ ଟ୍ୟାକ୍ସ କଟିବା ପରେ ସେମାନଙ୍କୁ ମାତ୍ର ୭.୫ କୋଟି ଟଙ୍କା ମିଳିବ। ସୂଚନାମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ୪ଟି ପର୍ବରେ ଏଭଳି ଲଟେରୀର ବ୍ୟବସ୍ଥା କରାଯାଇଥାଏ। ଓନାମ୍‌, ବିଶୁ, ଦଶହରା ଓ ଖ୍ରୀଷ୍ଟମାସ୍‌ରେ ଏଭଳି ଲକି ଡ୍ର କରାଯାଇ ବିଜେତାଙ୍କୁ ପୁରସ୍କୁତ କରାଯାଏ ବୋଲି ଲଟେରୀ ବିକ୍ରେତା କହିଛନ୍ତି।

Share