Categories: ଜାତୀୟ

ଗୋଟିଏ ସମ୍ପ୍ରଦାୟକୁ ବିରିୟାନି ଖୁଆଇଥିଲା ଏଏପି: ପର୍‌ଭେଶ୍‌

ନୂଆଦିଲ୍ଲୀ,୯ା୨: ଭୋଟ ଦିନ ପୁଣି ଥରେ ଭାଜପାର ବିବାଦୀୟ ଏମ୍‌ପି ପର୍‌ଭେଶ ବର୍ମା ତାଙ୍କ ଅଭିଯୋଗକୁ ଦୋହରାଇଛନ୍ତି। ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଶାହିନବାଗ୍‌, ସିଲମପୁର ଓ ଜାମିଆ ମିଲିଆ ଅଞ୍ଚଳର ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ଏଏପି ବିରିୟାନି ପରିବେଷଣର ଆୟୋଜନ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ସେଥିପାଇଁ ସେହି ସମ୍ପ୍ରଦାୟର ଭୋଟରମାନେ ଏଏପିକୁ ଭୋଟ ଦେବେ ବୋଲି ଲମ୍ବା ଧାଡ଼ିରେ ଛିଡ଼ାହୋଇଥିବା ବର୍ମା ଟୁଇଟ୍‌ କରିଛନ୍ତି।

Share