Categories: ଜାତୀୟ

ଗୋଟିଏ ସେକେଣ୍ଡରେ ଲାଗିଥିବା ନିଆଁ ଲିଭିବାକୁ ଲାଗୁଛି ବର୍ଷ ବର୍ଷ: ରାହତ ଇନ୍ଦୋରି

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଆରମ୍ଭ କରାଯାଇଥିବା ବିରୋଧ ପ୍ରଦର୍ଶନ ଏବେ ହିଂସାର ରୂପ ନେଲାଣି। ମଙ୍ଗଳବାର ସୁଦ୍ଧା ଏହି ହିଂସାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏଥିରେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ଦେଖି କିଛି ଅଞ୍ଚଳରେ ସ୍କୁଲ ବନ୍ଦଥିବା ବେଳେ ପାଖାପାଖି ୫ ମେଟ୍ରୋ ଷ୍ଟେଶନକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ରାଜଧାନୀର ଏହି ପରିସ୍ଥିତିକୁ ଦେଖି ଉର୍ଦ୍ଦୁ ଶାୟର ଡ. ରାହତ ଇନ୍ଦୋରି ତାଙ୍କ ଭାଷାରେ ଏହାକୁ ବର୍ଣ୍ଣନା କରିଛନ୍ତି। ଏଥିରେ ସେ ଦୁଃଖ ପ୍ରକାଶ କରି ଶାୟର କୈଫି ଭୋପାଳିଙ୍କ ଶାୟରୀ ଟୁଇଟରରେ ଟୁଇଟ୍‌ କରି ଲେଖିଛନ୍ତି, ‘ଏହି ନିଆଁର କ’ଣ ଅଛି ଗୋଟିଏ ଦୁଇଟି ସେକେଣ୍ଡରେ ଲାଗି ଯାଇଥାଏ, ହେଲେ ଲିଭିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ।’

Share