Categories: ଖେଳ

ଗୋଟେ ଓଭରରେ ୬ ଛକା ଲଗାଇ ସଦ୍ୱନ୍ତ୍ର କ୍ଲବରେ କାର୍ଟର

ଅକ୍‌ଲାଣ୍ଡ,୫।୧- ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଲିଓ କାର୍ଟର ରବିବାର ଗୋଟେ ଓଭରରେ ୬ ଛକା ମାରି ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଘରୋଇ ଟି୨୦ ଟୁର୍ନାମେଣ୍ଟ ସୁପର ସ୍ମାଶରେ କାନ୍‌ଟବରି କିଙ୍ଗ୍ସ ପକ୍ଷରୁ ଖେଳୁଥିବା କାର୍ଟର ନର୍ଦନ ନାଇଟ୍ସ ବିପକ୍ଷରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ୨୫ ବର୍ଷୀୟ ବ୍ୟାଟ୍ସମ୍ୟାନ ବାମହାତୀ ସ୍ପିନର ଆଣ୍ଟୋନ ଡେଭଚିଚ୍‌ଙ୍କ ଓଭରରେ ୬ ଛକା ମାରିଥିଲେ। ହେଗ୍‌ଲେ ଓଭାଲଠାରେ ୨୯ ବଲ ଖେଳି ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଯୋଗୁ ୨୨୦ ରନ୍‌ର ବିଶାଳ ଟାର୍ଗେଟର ପିଛା କରି ଦଳ ୭ ବଲ ବାକି ଥାଇ ବିଜୟ ହାସଲ କରିନେଇଥିଲା। ବିଶ୍ୱର ୭ମ ବ୍ୟାଟ୍ସମ୍ୟାନ ଭାବେ କାର୍ଟର ଏହି ସଫଳତା ପାଇଛନ୍ତି। ଏହି ତାଲିକାରେ ଗ୍ୟାରି ସୋବର୍ସ, ରବି ଶାସ୍ତ୍ରୀ, ହର୍ସେଲ ଗିବ୍ସ, ଯୁବରାଜ ସିଂ, ଆଫଗାନିସ୍ତାନର ହାଜାରତୁଲା ଜଜାଇ ଓ ରସ ହ୍ବାଇଟ୍‌ଲେ। ତେବେ ଟି୨୦ ଫର୍ମାଟରେ ୬ ଛକା ମାରିବାରେ କାର୍ଟର ୪ର୍ଥ ବ୍ୟାଟ୍ସମ୍ୟାନ। ତାଙ୍କ ପୂର୍ବରୁ ଯୁବରାଜ (୨୦୦୭), ହ୍ବାଇଟ୍‌ଲେ (୨୦୧୭) ଓ ଜଜାଇ (୨୦୧୮) ଏହି ସଫଳତା ହାସଲ କରିଥିଲେ।

Share