Categories: ଫୁରସତ

ଗୋଡ଼ରେ ଥିବା ପ୍ରୋଟିନ୍‌ ସହାୟତାରେ ମଶା କୀଟନାଶକ ସମ୍ପର୍କରେ ଜାଣିପାରନ୍ତି

ଲିବରପୁୁଲ: ମ୍ୟାଲେରିଆରୁ ଦୂରେଇ ରହିବା ପାଇଁ ବହୁ ସମୟରେ କୀଟନାଶକର ବ୍ୟବହାର କରାଯାଇଥାଏ। ତେବେ ଏଥିରେ କେତେକ କ୍ଷେତ୍ରରେ ସଫଳତା ମିଳି ନ ଥାଏ। ମଶାର ଗୋଡ଼ରେ ଥିବା ଏକପ୍ରକାର ପ୍ରୋଟିନ୍‌ କୀଟନାଶକ ସମ୍ପର୍କରେ ସୂଚନା ଦେଇଥାଏ। ଫଳରେ ମଶା କୀଟନାଶକ ପଡ଼ିଥିବା ଅଞ୍ଚଳରୁ ଚାଲିଯାଇଥାଏ। ଏନେଇ ନେଚର ପତ୍ରିକାରେ ଏକ ଲେଖା ପ୍ରକାଶ ପାଇଛି। ଏହା ଉପରେ ୟୁକେର ଲିବରପୁଲ୍‌ ସ୍କୁଲ୍‌ ଅଫ୍‌ ଟ୍ରୋପିକାଲ ମେଡିସିନ୍‌ ପକ୍ଷରୁ ଅଧ୍ୟୟନ କରାଯାଇ ବହୁ ତଥ୍ୟ ଜଣାପଡ଼ିଛି। ମଶା ଗୋଡରେ ସାପ୍‌-୨ ପ୍ରୋଟିନ୍‌ ରହିଥାଏ। ଏହା କୀଟନାଶକକୁ ସହଜରେ ଚିହ୍ନଟ କରିପାରେ। ଗବେଷକ କିଛି ମଶାଙ୍କଠାରେ ଏହି ପ୍ରୋଟିନ୍‌ ସୃଷ୍ଟିକାରୀ ଜିନ୍‌କୁ ପ୍ରଭାବିତ କରିଥିଲେ। ଫଳରେ ଧୀରେଧୀରେ ସୋମନଙ୍କଠାରେ ସାପ୍‌-୨ ପ୍ରୋଟିନ୍‌ ପରିମାଣ କମିବାରେ ଲାଗିଥିଲା। ଏହାପରେ ମଶା କୀଟନାଶକ ସମ୍ପର୍କରେ ଅଧିକ ସୂଚନା ନ ପାଇ ପାରି ଏହାର ସଂସ୍ପର୍ଶରେ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ମରି ଯାଇଥିଲେ।

Share