Advertisement
Categories: ଫୁରସତ

ଗୋଡ଼, ହାତରେ ୩୧ ଅଙ୍ଗୁଳି ଥିବା ମହିଳା

କୁମାରୀ ନାୟକ। ବୟସ ୬୩ରୁ ଊର୍ଦ୍ଧ୍ୱ। ଘର ଓଡିଶାର ଗଞ୍ଜାମ ଜିଲାରେ। ତେବେ ସେ ନିଜ ଜୀବନର ଅଧିକାଂଶ ସମୟ ଘରେ ଆବଦ୍ଧ ରହି ବିତାଇଛନ୍ତି। କାରଣ ଏ ସମାଜ ତାଙ୍କୁ ଆଖ୍ୟା ଦେଇଛି ଡାହାଣୀ ବୋଲି। ତାଙ୍କର ପାଦରେ ୧୯ଟି ଓ ହାତରେ ୧୨ଟି ଅଙ୍ଗୁଳି ଅଛି। ଏହା ହେଉଛି ତାଙ୍କୁ ମିଳିଥିବା ଡାହାଣୀ ଆଖ୍ୟା ପାଇଥିବାର କାରଣ। ସେ ପଲିଡାକ୍ଟିଲିଜମ୍‌ରେ ଆକ୍ରାନ୍ତ, ଯେଉଁଥିପାଇଁ ସେ ଅଧିକ ଅଙ୍ଗୁଳି ସହ ଜନ୍ମ ହୋଇଛନ୍ତି। ଏଇଥିପାଇଁ ତାଙ୍କ ସାହିପଡିଶା ଡାହାଣୀ କହନ୍ତି। ଗରିବ ଘରର ହୋଇଥିବାରୁ ତାଙ୍କ ପାଖରେ ଟଙ୍କା ନ ଥିଲା ଚିକିତ୍ସା ପାଇଁ। ତେଣୁ ତାଙ୍କୁ ୩୧ ଅଙ୍ଗୁଳି ସହ ସାରା ଜୀବନ ବିତାଇବାକୁ ପଡିଲା। ତା’ସହ ଅନେକ ଗଞ୍ଜଣା ବି ସହିବାକୁ ପଡିଛି। ହେଲେ ଏବେ ସେ ତାଙ୍କର ଏହି ସ୍ଥିତି ପାଇଁ ସାରା ପୃଥିବୀରେ ପରିଚିତ ହେବାକୁ ଯାଉଛନ୍ତି। କାରଣ ତାଙ୍କ ନାଁ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ବେଶି ଅଙ୍ଗୁଳି ଥିବା ବ୍ୟକ୍ତି ଭାବେ ସ୍ଥାନ ପାଇବ। ପୂର୍ବରୁ ଏହି ରେକର୍ଡ ଦେବେନ୍ଦ୍ର ସୂତାରଙ୍କ ନାଁରେ ଥିଲା। ଯାହାଙ୍କର ୧୪ଟି ହାତ ଓ ୧୪ଟି ପାଦ ଅଙ୍ଗୁଳି ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share