Categories: ଖେଳ

ଗୋଥାମଙ୍କୁ ୮ ଉଇକେଟ; ତାମିଲନାଡୁକୁ ହରାଇଲା କର୍ନାଟକ

ଡିଣ୍ଡିଗୁଲ,୧୩।୧୨(ପି.ଟି.)- ଅଫ୍‌ ସ୍ପିନର କେ. ଗୋଥାମଙ୍କ ୮ ଉଇକେଟ ସଫଳତା ଯୋଗୁ କର୍ନାଟକ ୨୬ ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି। ପ୍ରଥମ ଇନିଂସ୍‌ରେ ୨୯ ରନ୍‌ର ଅଗ୍ରଣୀ ହାସଲ କରିଥିବା କର୍ନାଟକ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୫୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତାମିଲନାଡୁକୁ ଜିତିବା ପାଇଁ ମ୍ୟାଚ୍‌ର ଅନ୍ତିମ ଦିନରେ ୧୮୧ ରନ୍‌ ଦରକାର ଥିଲା। ମୁରଲୀ ବିଜୟ ଓ ଏନ୍‌. ଜଗଦୀଶନଙ୍କୁ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାତେଇଥିଲେ ଗୋଥାମ। ଫଳରେ ତାମିଲନାଡୁ ୧୫୪ ରନ୍‌ରେ ସୀମିତ ରହିଥିଲା। ପ୍ରଥମ ଇନିଂସ୍‌ରେ ଘରୋଇ କର୍ନାଟକ ୩୩୬ ରନ୍‌ କରିଥିବାବେଳେ ତାମିଲନାଡୁ ୩୦୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ଗୋଥାମ ୧୪ଟି ଉଇକେଟ ହାସଲ କରିଥିଲେ। ତାମିଲନାଡୁ ପକ୍ଷରୁ ଖେଳୁଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମୋଟ ୮ ଉଇକେଟ ନେଇଥିଲେ।

Share