Categories: ଜାତୀୟ

ଗୋଦାବରୀ ଡଙ୍ଗାବୁଡି ଘଟଣା: ଉଦ୍ଧାର ହେଲା ୭ ମୃତଦେହ, ଏବେ ବି ଅନେକ ନିଖୋଜ

ଦେବୀପଟନମ,୧୫।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଡଙ୍ଗା ବୁଡି ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏବେ ବି ଅନେକ ଲୋକ ନିଖୋଜ ଥିବା ଜଣାପଡିଛି। ଡଙ୍ଗାଟି ରାଜମହେନ୍ଦ୍ରୀରୁ ପାପିକୁଣ୍ଡୁଲମ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ୬୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାରେ ୫୦ ଜଣ ପର୍ଯ୍ୟଟକ ଥିଲେ ଏବଂ ୧୧ ଜଣ ଷ୍ଟାଫ ଥିଲେ। ଏମାନଙ୍କ ଉଦ୍ଧାର ପାଇଁ ଜାତୀୟ ଉଦ୍ଧାରକାରୀ ଦଳ ଏନଡିଆରଏଫ ପକ୍ଷରୁ ୩୦ ଜଣ ଲେଖାଏ ସଦସ୍ୟ ଥିବା ୨ଟି ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Share