ବଅଁରପାଳ,୩୦।୬(ଡି.ଏନ.ଏ.)-ନାଲ୍କୋ ଥାନା କୁଲାଡ଼ ଏଫସିଆଇ ଛକ ନିକଟରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି। ରବିବାର ଦୋକାନ ବନ୍ଦ ରହିଥିଲା। ଅପରାହ୍ନରେ ଗୋଦାମ ଘରୁ ଧୂଆଁ ପ୍ରବଳମାତ୍ରାରେ ବାହାରିବା ସହିତ ଦୁର୍ଗନ୍ଧ ହୋଇଥିଲା। ପରେ ସ୍ଥାନୀୟ ଲୋକ ନାଲ୍କୋ ଓ ଅନୁଗୋଳ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତେବେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଦେଢ ଘଣ୍ଟା ଧରି କୁଲାଡ଼ ଥର୍ମାଲ ରାସ୍ତା ଜାମ ହୋଇଥିଲା। ଫଳରେ ଉଭୟପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ପୋଲିସ ପହଞ୍ଚିବା ପରେ ପରିସ୍ଥିତ ସ୍ବାଭାବିକ୍ ହୋଇଥିଲା।