Advertisement

ଗୋଦାମରେ ଚଢ଼ାଉ, ୧୬ ବସ୍ତା ଗୁଟ୍‌ଖା ଜବତ

ଜୟପୁର,୨୯ା୪(ନି.ପ୍ର./ଡି.ଏନ୍‌.ଏ.): ଲକ୍‌ଡାଉନ ଚାଲିଥିବା ବେଳେ କୋରାପୁଟ ଜିଲା ଜୟପୁର ସହରରେ ଗୁଟ୍‌ଖା ଓ ତମାଖୁର ଅବାଧ ବିକ୍ରି ଚାଲିଛି। ତେଣୁ ବୁଧବାର ପୋଲିସ, ତହସିଲ ଓ ପୌରପରିଷଦ ମିଳିତ ଭାବେ ସହରର ଭଦ୍ରାୟାସାହିରେ ଥିବା ଦୋକାନ ଓ ୨ଟି ଗୋଦାମରେ ଚଢ଼ାଉ କରି ୧୬ ବସ୍ତା ଗୁଟ୍‌ଖା ଜବତ କରିଛି।
ରାଜ୍ୟ ଓ କେନ୍ଦ୍ର ସରକାର ଗୁଟ୍‌ଖା ବିକ୍ରିକୁ ବେନିୟମ ଘୋଷଣା କରିଥିଲେ ମଧ୍ୟ ଏହା ଜୟପୁର ଅଞ୍ଚଳରେ ଖୋଲାଖୋଲି ଚଢ଼ା ଦରରେ ବିକ୍ରି ହେଉଛି। ଆନ୍ଧ୍ରର ବିଜୟନଗରମ, ଛତିଶଗଡ଼ର ରାୟପୁର, ଜଗଦଲପୁର, ବ୍ରହ୍ମପୁରରୁ ଏହି ଦ୍ରବ୍ୟ ସବୁ ଜୟପୁର ଆସୁଛି। ଲକ୍‌ଡାଉନ ସତ୍ତ୍ୱେ ଚଢ଼ାଉ ହୋଇଥିବା ଗୋଦାମକୁ ଗତ ମଙ୍ଗଳବାର ବ୍ରହ୍ମପୁରରୁ ବିପୁଳ ପରିମାଣର ଗୁଟ୍‌ଖା ଆସିଥିଲା ଓ ଏହାକୁ ବ୍ୟବସାୟୀ ଜଣକ ଚଢ଼ା ଦରକରେ ବିକ୍ରି କରୁଥିଲେ। ପୌରସଂସ୍ଥା ଗୋଦାମ ମାଲିକ ବ୍ୟବସାୟୀ ନାରାୟଣ ସାହୁଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଚଢ଼ାଉରେ ତହସିଲଦାର ଅଶ୍ୱିନ ମହାପାତ୍ର, ନୀଳାମ୍ବର ପୂଜାରୀ, ଟାଉନ ଥାନା ଏସ୍‌ଆଇ ସୁନିତା ବେହେରା, ଜୟପୁର ପୌର କର୍ମଚାରୀ ସାମିଲ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share