Categories: ଜାତୀୟ

ଗୋଦ୍‌ରେଜ୍‌ ପରିବାରରେ ହେବ ସମ୍ପତ୍ତି ଭାଗବଣ୍ଟା: ୨୦ ହଜାର କୋଟି ଜମି ବିବାଦ

ନୂଆଦିଲ୍ଲୀ,୨୭।୬: ଦେଶର ଜଣାଶୁଣା ଶିଳ୍ପପତି ଗୋଦ୍‌ରେଜ୍‌ ପରିବାରରେ ଖୁବ୍‌ଶୀଘ୍ର ସମ୍ପତ୍ତି ଭାଗବଣ୍ଟା କରାଯିବ। ପରିବାରରେ ୨୦ ହଜାର କୋଟି ଟଙ୍କାର ଜମି ନେଇ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି। ମୁମ୍ବାଇର ସର୍ବାଧିକ ଜମି ଏହି ଶିଳ୍ପପତି ପରିବାର ପାଖରେ ରହିଛି। ଏହା ସହିତ ଗୋଦ୍‌ରେଜ୍‌ ଗ୍ରୁପ୍‌ କମ୍ପାନୀ ସହିତ ଜଡିତ ଥିବା ଅଂଶୀଦାରଙ୍କ ପୁନର୍ଗଠନ ପାଇଁ ଯୋଜନା କରାଯାଉଥିବା କୁହାଯାଉଛି। ମୁମ୍ବାଇର ବିଖରୋଲିରେ ଏହି ପରିବାରର ୩ ହଜାର ୪ଶହ ଏକର ଜମି ରହିଛି। ସେଥିମଧ୍ୟରୁ ହଜାରେ ଏକର ଜମି ନେଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦୀୟ ଜମିର ଆନୁମାନିକ ମୂଲ୍ୟ ୨୦ ହଜାର କୋଟି ହେବ। ଗ୍ରୁପ୍‌ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ଆଦି ଗୋଦ୍‌ରେଜ୍‌ ଏବଂ ତାଙ୍କ ଭାଇ ନାଦିର୍‌ ଗୋଦ୍‌ରେଜ୍‌ଙ୍କ ମଧ୍ୟରେ ଏହି ବିବାଦୀୟ ଜମିର ବିକାଶ ନେଇ ମତଭେଦ ଦେଖାଦେଇଥିବା କୁହାଯାଉଛି।

Share